ମା ତାରିଣୀ ଘରୋଇ ଡାକ୍ତରଖାନାରେ ସ୍ଵତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷର ଶୁଭ ଉଦଘାଟନ

inauguration of sncu in champua Maa Tarini hospital

ଚମ୍ପୁଆ, ୨୦ ନଭେମ୍ବର: ଗତକାଲି ସ୍ଥାନୀୟ ମା ତାରିଣୀ ଘରୋଇ ଡାକ୍ତରଖାନାରେ ସ୍ଵତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷର ଶୁଭ ଉଦଘାଟନ ହେଲା। ଡାକ୍ତରଖାନାର ମାନ୍ୟବର ମାଲିକ ଓ ପରିଚାଳନା ନିର୍ଦ୍ଦେଶକ ଡ଼ା. ଗଣେଶ୍ୱର ମହାନ୍ତ ପୂଜାପାଠ ସହିତ ଆନୁଷ୍ଠାନିକ ଭାବରେ ଏହାକୁ ଉତ୍ସର୍ଗ କରିଥିଲେ।

ଉଦଘାଟନ ସମୟରେ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ ଓ ଷ୍ଟାଫ୍ ଉପସ୍ଥିତ ଥିଲେ। ଏହି ନୂଆ ସୁବିଧା ଆରମ୍ଭ ହେବାରୁ ଚମ୍ପୁଆ ଉପଖଣ୍ଡରେ ଗୁରୁତର ନବଜାତ ଶିଶୁଙ୍କ ପାଇଁ ଏଯାଏ ବାହାର ଜିଲ୍ଲାକୁ ଯିବାକୁ ପଡ଼ୁଥିବା ଯନ୍ତ୍ରାଂଶର ଅଭାବ ପୂରଣ ହୋଇଛି।

ଡ଼ା. ଗଣେଶ୍ୱର ମହାନ୍ତ କହିଛନ୍ତି ଯେ, ଅତ୍ୟାଧୁନିକ ନବଜାତ ଶିଶୁ ସୁରକ୍ଷା କକ୍ଷ, ଅଭିଞ୍ଜ ଡାକ୍ତର ଓ ପ୍ରଶିକ୍ଷିତ ନର୍ସଙ୍କ ସହଯୋଗରେ ଏଠାରେ କମ୍ ଖର୍ଚ୍ଚରେ ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଏହା ଫଳରେ ମୂମୁର୍ଷ ଶିଶୁଙ୍କ ଜୀବନ ବଞ୍ଚାଇବାର ସମ୍ଭାବନା ବହୁଗୁଣିତ ବଢ଼ିବ।

ଉପଖଣ୍ଡରେ ପ୍ରଥମଥର ପାଇଁ ଏପରି ସୁବିଧା ମା ତାରିଣୀ ଡାକ୍ତରଖାନାରେ ଆସିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଶ୍ୱସ୍ତି ଓ ସନ୍ତୋଷର ପରିବେଶ ସୃଷ୍ଟି ହୋଇଛି।

ଏହି ସୁବିଧାରେ —

  • ସି-ପାପ୍ ଯନ୍ତ୍ରାଂଶ
  • ଲାଇଟ୍ ଥେରାପି
  • ତାପମାନ ନିୟନ୍ତ୍ରଣ ଯନ୍ତ୍ରାଂଶ
  • ନବଜାତ ଶିଶୁ ପାଇଁ ଟିକାକରଣ

ପ୍ରଭୃତି ବ୍ୟବସ୍ଥା ରହିଛି ବୋଲି ଏମ.ଡି ଡ଼ା. ମହାନ୍ତ ଜଣାଇଛନ୍ତି।

ଉଦଘାଟନ କାର୍ଯ୍ୟକ୍ରମରେ ମା ତାରିଣୀ ହସ୍ପିଟାଲର ନିର୍ଦ୍ଦେଶିକା ସୁଚିସ୍ମିତା ମହାନ୍ତ, ଡାକ୍ତର ଚିତ୍ତରଞ୍ଜନ ନାଏକ, ଡାକ୍ତର ସମିର ଜ୍ୟୋତିରାମ, ଡାକ୍ତର ରାଜଓୱାଲା ମହାନ୍ତି, ଡାକ୍ତର ଆର.ଏନ. ବଳ, ଡାକ୍ତର ସି.ଆର. ପାତ୍ର, ସାମ୍ବାଦିକ ପ୍ରଦୀପ ପ୍ରଧାନ, ସଂଜୀବ ରାଜ, ମହେଶ୍ୱର ଦାସ, ଶାନ୍ତନୁ ଦାଶ ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *