ଭୂବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ ‘ସେବି’

ଭୂବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ 'ସେବି'

ଭୂବନେଶ୍ବର, ୧୮/୫ (ଇମିସ): ପୁଞ୍ଜ ବନାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୃତି ଓ ବିନିମୟ ବୋର୍ଡ (ସେବି) ଭୃବନେଶ୍ବରରେ ଏକ ନୂତନ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି ଆଜି ଏଥିପାଇଁ ଭଡ଼ା ଚୁକ୍ତିନାମା ସ୍ବାକ୍ଷର ହୋଇଛି ପ୍ରାଥମିକ ପର୍ଯ୍ୟାୟରେ ଏକ ଛୋଟ କାର୍ଯ୍ୟାଳୟ ଆରମ୍ବ ହେବା ପୂର୍ବରୁ “ସେବି’ର ମୁମ୍ବାଇ ଓ କୋଲକାତା କାର୍ଯ୍ୟାଳୟ ଜରିଆରେ ହେଉଥିବା କାମଗୁଡ଼ିକୁ ଆଗକୁ ଭୂବନେଶ୍ବରରୁ କରାଯିବା ଏଥି ସହିତ ଭବିଷ୍ଯତରେ ଏଠାରେ ଏକ ମ୍ରାୟୀ କାର୍ଯ୍ୟାଳୟ ସ୍ଥାପନ କରିବା ଯୋଜନା ରହିଛି ବୋଲି “ସେବି” ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ କହିଛନ୍ତି।

ଆଜି ଆସୋସିଏସନ୍‌ ଅଫ୍‌ ମ୍ୟୁଚୁଆଲ୍‌ ଫଣ୍ଡସ ଇନ୍‌ ଇଣ୍ଡିଆ (ଆମ୍‌ଫି) ପକ୍ଷରୂ ଆୟୋଜିତ ଆଞ୍ଚଳିକ ନିବେଶକ ସଚେତନତା ମେମିନାରକୁ ସମ୍ବୋଧିତ କରି ଶ୍ରୀ ପାଣ୍ଡେ ଦେଶରେ ମ୍ୟୁନିସିପାଲିଟି ବଣ୍ଡର ବଢୁଥିବା ଗ୍ରହଣୀୟତା ଉପରେ ଆଲୋକପାତ କରିଥିଲୋ ମ୍ୟୁନିଥିପାଲିଟିଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ କରିବାର ଏହି ବ୍ଯବସ୍ଥାକୁ ଓଡ଼ିଶା ଗମ୍ବୀରତାର ସହ ଗ୍ରହଣ କରିବା ଦରକାର ବୋଲି ମେ କହିଥିଲୋ। ସେ କହିଲେ, ବର୍ତମାନ ସୁଦ୍ଧା ଦେଶର ୨୨ଟି ସହରାଞ୍ଚଳ ପୌରସଂସ୍ତା ୩୩ ମ୍ୟୁନିସିପାଲିଟି ବଣ୍ଡ ଜାରି କରି ୪୫୦୦ କୋଟି ଟଙ୍ଗା ସଂଗ୍ରହ କରିଛନ୍ତି।
ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମ୍ୟୁନିସିପାଲିଟିଗୁଡ଼ିକ ଏହି ବଣ୍ଡ ଜାରି କରିଛନ୍ତି। ଓଡ଼ିଶା ମଧ୍ଯ ସେଥିରେ ସାମିଲ ହୋଇ ତାହାର ଲାଭ ହାସଲ କରିପାରିବା ସହରାଞ୍ଚଳ ବିକାଶ ପାଇଁ ପାଣ୍ଠି ଆବଶ୍ଯକତା ପୂରଣ କରିବାରେ ଏହି ବଣ୍ଡ ସହାୟକ ହୋଇପାରିବା କେନ୍ଦ୍ର ସରକାର ଏହି  ବଣ୍ଡ ଉପରେ ଅନୁଦାନ ଆକାରରେ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ବଣ୍ଡକୁ ଆହୁରି ଆକର୍ଷଣୀୟ କରିବା ଓ ଛୋଟ ଛୋଟ ମ୍ୟୁନିସିପାଲିଟିଗୁଡ଼ିକ ମିଳିତ ଭାବେ ଯେଭଳି ପୁଞ୍ଜି ବଜାରରୁ ପାଣ୍ଠି ଉଠାଇପାରିବେ ତାହା ସହଜ କରିବା ପାଇଁ ‘ସେବି’ ଏକ ଆଲୋଚନା ପେପର୍‌ ଜାରି କରିଛି| ଆସନ୍ତା ୧୫-୨୦ ବର୍ଷରେ ଏହା ପୁଞ୍ଚି ସଂଗ୍ରହ ପାଇଁ ଅନ୍ୟତମ ବୃହତ ବଜାରରେ ପରିଣତ ହେବ ବୋଲି ସେ କହିଥିଲେ।

ଦେଶର ମ୍ୟୁଚୁଆଲ୍‌ ଫଣ୍ଟ ବଜାର ସମ୍ପର୍କରେ ସେ କହିଥିଲେ ଯେ ୨୦୧୫-୧୬ରେ ଏହାର ଆକାର ୧୨ ଲକ୍ଷ କୋଟି ଟଙ୍କା ଥିଲା, ଯାହା ବର୍ତମାନ ୮୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେଥିପ୍ରତି ଓଡ଼ିଶାର ଅବଦାନ ପ୍ରାୟ ୭୧ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ଏହା ଜାତୀୟ ବଜାରର ୧ ପ୍ରତିଶତରୁ ମଧ୍ୟ କମ୍‌। ଦେଶର ଅର୍ଥନୀତି ପ୍ରତି ଓଡ଼ିଶାର ଅବଦାନ ୩ ପ୍ରତିଶତ ପାଖାପାଖି ରହିଛି। ମ୍ୟୂଚୁଆଲ୍‌ ଫଣ୍ଡ ବଜାରର ଅବଦାନ ଅନ୍ତତଃ ୩ ପ୍ରତିଶତକୁ ବୃଦ୍ଧି ପାଇବା ଦରକାର ବୋଲି ସେ କହିଥିଲୋ।
ସିଷ୍ଟମେଟିକ୍‌ ଇନଭେଷ୍ଟ୍ରମେଣ୍ଟ୍‌ ପ୍ଲାନ୍‌ (ଏସ୍‌ଆଇପି)ର ମାସିକ ଅଭିବୃଦ୍ଧିରେ ଓଡ଼ିଶା ବଜାର ସାରା ଦେଶରେ ଅଗଣୀ ସ୍ଥାନରେ ଥିବା ସେ ସଚନା ଦେଇଥିଲେ। ଦେଶର ପୁଞ୍ଜି ବଜାର ଆକାର ଉପରେ ଆଲୋକପାତ କରି ସେ କହିଥିଲେ, ୨୦୧୫- ୧୬ ଆର୍ଥିକ ବର୍ଷରେ ମୋଟ୍‌ ବଜାର ପୁଞ୍ଜି ପରିମାଣ ୯୫ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫-୨୬ରେ ତାହା ୪୬୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟ ଭିତରେ ସ୍ଵତନ୍ତ୍ର ନିବେଶକଙ୍କ ସଂଖ୍ୟା ୩୮ କୋଟିରୁ ବୃଦ୍ଧି ପାଇ ୧୪.୫ କୋଟି ହୋଇଛି|। ୨୦୨୫-୨୬ରେ ଭାରତରେ ୩୬୬ଟି ଇନିସିଆଲ୍‌ ପବ୍ଲିକ୍‌ ଅଫର୍‌ (ଆଇପିଓ) ଜାରି କରି ୧.୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ସବାଧିକ ଆଇପିଓ ଜାର କରିବାରେ ଭାରତ ସାରା ବିଶ୍ଵରେ ପ୍ରଥମ ସ୍ଥାନରେ ରହଥବା ସେ ସୂଚନା ଦେଇଥଲେ।

   ଗାମାଞ୍ଚଳରେ ନିବେଶକ ନେଇ ଗଚେତନତା ନିମ ସରରେ ଥିବାର ସେ ଉଦ୍‌ବେଗ ପ୍ରକାଶ କରିଥିଲୋ ଏକ ଅଧ୍ଯୟନ ରିପୋଟ ଆଧାରରେ ସେ ଜଣାଇଥିଲେ ଯେ ଦେଶର ୫୦ ପ୍ରତିଶତ ପରିବାର ପୁଞ୍ଚିବଜାର ନିବେଶ ସମ୍ପର୍କରେ ଜାଣିଛନ୍ତି କିନ୍ତୁ ମାତ୍ର ୬ ପ୍ରତିଶତ ପରିବାର ପ୍ରକୃତରେ ନିବେଶ କରିଛନ୍ତି। ପୂଞ୍ଜିବଳାରରେ ଅଂଶଗ୍ରହଣ ହାର ସହରାଞ୍ଚଳରେ ୫୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଥିବା ବେଳେ ଗ୍ରାମାଞ୍ଚଳରେ ସେହି ହାର ମାତ୍ର ୬ ପ୍ରତିଶତ ଥିବା ଚିନ୍ତାଜନକ ବୋଲି ସେ କହିଥିଲେ।
ଆମ୍ପଫ ସିଇଓ ଭେଙ୍କଟ ଏନ୍‌ ଚଲସାନି ଓଡ଼ିଶାର ନିବେଶକଙ୍କ ଶୃଝ୍ଟଂଳିତ ଆଚରଣକୁ ପ୍ରଶଂସା କରିଥିଲେ। ମ୍ୟୁଚୁଆଲ୍‌ ଫଣ୍ଟ୍‌ ଅଧୀନରେ ପରିଚାଳିତ ହେଉଥିବା ସମ୍ପତ୍ତି (ଏୟୁଏମ୍‌) ରାଜ୍ୟରେ ୭୧ ହଜାର ୮୧୦ କୋଟି ଟଙ୍କା ରହିଛି। ଏହା ଆହୁରି ବଢ଼ିବା ଦରକାରା ରାଜ୍ଯର ଅଧିକାଂଶ ନିବେଶକ ଭୂବନେଶ୍ବର, କଟକ, ରାଉରକେଲା, ଅନୁଗୁଳ ଓ ସମ୍ବଲପୁରରେ ଥିବା ସେ କହିଥିଲୋ। ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର କହିଥିଲେ ଯେ ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ନିବେଶ ଅନୁପାତରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଅଲ୍ବ ସମୟ ଭିତରେ ଏକ ଦୁର୍ବଳ ରାଜ୍ୟରୁ ଓଡ଼ିଶା ଆର୍ଥିକ ସଶକ୍ତ ରାଜ୍ୟରେ ପରିଣତ ହୋଇପାରିଛି। ଏକ୍କଆଇଏମ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ବିବି ରମଣା ରାସ୍ତାକଡ଼ ବେପାରୀଙ୍ଗ ଭଳି ଲୋକଙ୍କୁ ସଂଗଠିତ ଆର୍ଥିକ କ୍ଷେତ୍ରରେ ଯୋଡ଼ିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *