କେନ୍ଦୁଝର, ୧୮/୨ (ଇମିସ): ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। କେନ୍ଦୁଝର ଜିଲ୍ଲାର ୧୪୨ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ସମୁଦାୟ ୨୬,୨୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ।
ଜିଲ୍ଲାର ୪୮୦ଟି ଉଚ୍ଚବିଦ୍ୟାଳୟରୁ ୨୫,୦୬୧ ଜଣ ନିୟମିତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାସହିତ ୯୮ ଜଣ ଏକ୍ସ-ରେଗୁଲାର ଓ ୩୨ ଜଣ ପତ୍ରବିନିମୟ ପରୀକ୍ଷାର୍ଥୀ ମଧ୍ୟ ପରୀକ୍ଷା ଦେବାକୁ ନିର୍ଦ୍ଧାରିତ। ଦୁଇଟି ମଧ୍ୟମା କେନ୍ଦ୍ରରେ ୮୧ ଜଣ ଏବଂ ଦୁଇଟି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୯୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।
ପରୀକ୍ଷାକୁ ସୁଚାରୁ ଭାବେ ପରିଚାଳନା କରିବା ସହିତ ନୋଡାଲ ସେଣ୍ଟର ଓ ପ୍ରଶ୍ନପତ୍ର-ଉତ୍ତରଖାତା ଆଣିବା ନେବା ବ୍ୟବସ୍ଥା ପାଇଁ ୩୯ଟି ଡିସ୍ପାଚ୍ ଟିମ୍ ଗଠନ କରାଯାଇଛି। କପି ରୋକିବା ନିମନ୍ତେ ୪ ଜଣ ସେକ୍ଟର ମାଜିଷ୍ଟ୍ରେଟଙ୍କ ସହ ସ୍କ୍ୱାଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପରୀକ୍ଷାକୁ ଶାନ୍ତି ଓ ଶୃଙ୍ଖଳାବଦ୍ଧ ଭାବରେ ସମାପ୍ତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସୂଚନା ଦେଇଛନ୍ତି।
ଆସନ୍ତା ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଘଟଗାଁ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୫୮୮ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ପରୀକ୍ଷାରେ ଅଂଶଗ୍ରହଣ କରିବେ। ତାରିଣୀ ଉଚ୍ଚବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଧାର୍ଯ୍ୟ କରାଯାଇଛି।
କେନ୍ଦ୍ର ଅନୁସାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଲେ – ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୬୪ ଜଣ, ତାରିଣୀ ବିଦ୍ୟାପୀଠରେ ୨୨୬ ଜଣ, ନୀଳକଣ୍ଠେଶ୍ୱର ଉଚ୍ଚବିଦ୍ୟାଳୟରେ ୧୭୮ ଜଣ, ଢେଙ୍କକୋଟ ବାଳିକା ଉଚ୍ଚବିଦ୍ୟାଳୟରେ ୧୪୯ ଜଣ, ଢେଙ୍କକୋଟ ସତ୍ୟନାରାୟଣ ବିଦ୍ୟାପୀଠରେ ୧୪୪ ଜଣ, ପିପିଳିଆ ନିତାଇଗୌର ଉଚ୍ଚବିଦ୍ୟାଳୟରେ ୧୮୬ ଜଣ, ତୋରାଣିପୋଖରୀ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟରେ ୧୭୯ ଜଣ, ପଣ୍ଡାପଡ଼ା ଅମ୍ବିକା ଉଚ୍ଚବିଦ୍ୟାଳୟରେ ୧୭୦ ଜଣ ଏବଂ ଦେହୁରୀପଶି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୯୨ ଜଣ ପରୀକ୍ଷା ଦେବେ।
ଏହି ସମସ୍ତ ତଥ୍ୟ ନୋଡାଲ ସେଣ୍ଟରର ଅଧୀକ୍ଷକ ରାଜଶ୍ରୀ ସେଠୀ ପ୍ରଦାନ କରିଛନ୍ତି।
ସବ୍ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା
ଘଟଗାଁ : ଆସନ୍ତା ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଘଟଗାଁ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୫୮୮ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ପରୀକ୍ଷାରେ ଅଂଶଗ୍ରହଣ କରିବେ। ତାରିଣୀ ଉଚ୍ଚବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଧାର୍ଯ୍ୟ କରାଯାଇଛି।
କେନ୍ଦ୍ର ଅନୁସାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଲେ – ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୬୪ ଜଣ, ତାରିଣୀ ବିଦ୍ୟାପୀଠରେ ୨୨୬ ଜଣ, ନୀଳକଣ୍ଠେଶ୍ୱର ଉଚ୍ଚବିଦ୍ୟାଳୟରେ ୧୭୮ ଜଣ, ଢେଙ୍କକୋଟ ବାଳିକା ଉଚ୍ଚବିଦ୍ୟାଳୟରେ ୧୪୯ ଜଣ, ଢେଙ୍କକୋଟ ସତ୍ୟନାରାୟଣ ବିଦ୍ୟାପୀଠରେ ୧୪୪ ଜଣ, ପିପିଳିଆ ନିତାଇଗୌର ଉଚ୍ଚବିଦ୍ୟାଳୟରେ ୧୮୬ ଜଣ, ତୋରାଣିପୋଖରୀ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟରେ ୧୭୯ ଜଣ, ପଣ୍ଡାପଡ଼ା ଅମ୍ବିକା ଉଚ୍ଚବିଦ୍ୟାଳୟରେ ୧୭୦ ଜଣ ଏବଂ ଦେହୁରୀପଶି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୯୨ ଜଣ ପରୀକ୍ଷା ଦେବେ।
ଏହି ସମସ୍ତ ତଥ୍ୟ ନୋଡାଲ ସେଣ୍ଟରର ଅଧୀକ୍ଷକ ରାଜଶ୍ରୀ ସେଠୀ ପ୍ରଦାନ କରିଛନ୍ତି।
ସବ୍ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା
ହରିଚନ୍ଦନପୁର : ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ହରିଚନ୍ଦନପୁର ବ୍ଲକରେ ପ୍ରସ୍ତୁତି ଶେଷ ହୋଇଛି। ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୨୦୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି।
ହରିଚନ୍ଦନପୁର ହାଇସ୍କୁଲକୁ ନୋଡାଲ ସେଣ୍ଟର ଭାବେ ନିର୍ଦ୍ଧାରଣ କରାଯାଇଛି। ଏହା ସହିତ ବାଳିକା ହାଇସ୍କୁଲ, ମନୋହରପୁର ହାଇସ୍କୁଲ, ଭଅଁରପୁର ହାଇସ୍କୁଲ, ଭଗାମୁଣ୍ଡା ହାଇସ୍କୁଲ, ରେବଣାପଳାଶପାଳ ବାଳିକା ହାଇସ୍କୁଲ, ମୁନାପେଣ୍ଠ ହାଇସ୍କୁଲ, ଜିରାଇଂ ହାଇସ୍କୁଲ, ଜଂଘିରା ହାଇସ୍କୁଲ ଏବଂ ବକ୍ଵିବାରିଗୀ ହାଇସ୍କୁଲକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ପରୀକ୍ଷାକୁ ସୁଚାରୁ ଓ ପାରଦର୍ଶୀ ଭାବରେ ପରିଚାଳନା କରିବା ପାଇଁ ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ଧନୁର୍ଜୟପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଆଜି ରାତି ସୁଦ୍ଧା ସିସିଟିଭି ଲଗାଯିବ ବୋଲି ପ୍ରଧାନଶିକ୍ଷକ ରବିନାରାୟଣ ମହାରଣା ସୂଚନା ଦେଇଛନ୍ତି।