ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ଭୁବନେଶ୍ୱର-ଦୁବାଇ ବିମାନ ସେବା ବାତିଲ

Flight Cancelled

ଭୁବନେଶ୍ୱର, ୨/୩ (ଇମିସ): ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ବିମାନ ଯାତାୟାତରେ ପଡ଼ିଛି। ଏହାର ପରିଣାମ ସ୍ୱରୂପ ସୋମବାର ଭୁବନେଶ୍ୱରରୁ ଦୁବାଇକୁ ଯିବାକୁ ଥିବା ବିମାନକୁ ବାତିଲ କରାଯାଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଏହି ସିଦ୍ଧାନ୍ତ ନିଆଯାଇଛି।

ଏହି ବିମାନ ସପ୍ତାହକୁ ତିନିଦିନ – ସୋମବାର, ବୁଧବାର ଓ ଶୁକ୍ରବାର – ଦୁବାଇକୁ ଯାତ୍ରା କରିଥାଏ। ଆଜି ଇଣ୍ଡିଗୋ ବିମାନ ବାତିଲ ହେବାରୁ ପୂର୍ବରୁ ଟିକେଟ୍ ବୁକିଂ କରିଥିବା ୧୨୦ ଜଣ ଯାତ୍ରୀ ଯାତ୍ରା କରିପାରିନାହାନ୍ତି। ବୁଧବାର ବିମାନ ସେବା ଚାଲୁ ରହିବ କି ନାହିଁ, ସେଥିପାଇଁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ମନ୍ତ୍ରାଳୟର ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ଏହା ସମ୍ପର୍କରେ ସିଦ୍ଧାନ୍ତ ନିଆଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *