ଏନ୍‌ଟିଏ ବିଶେଷଜ୍ଞଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ, ୨୨/୫: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ନିଟ୍‌ ୟୁଜି ୨୦୨୬ ପେପର ଲିକ୍‌ ମାମଲାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ସିବିଆଇ ପକ୍ଷରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁ ମନୀଷା ସଞ୍ଜୟ ହାବଲଦରା ବୋଲି ଜଣାପଡ଼ିଛି। ତାଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି। ସିବିଆଇ ସୂଚନା ଅନୁସାରେ, ନିଟ୍‌ ୟୁଜି ୨୦୨୬ ପରୀକ୍ଷା ପ୍ରକ୍ରିୟାରେ ଏନ୍‌ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା।

ଏହାର ସୁଯୋଗ ନେଇ ସେ ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରର ସମସ୍ତ ପ୍ରଶ୍ନ ହାସଲ କରିଥିବା ତଦନ୍ତରୁ ଜଣାପଡ଼ିଛି। ସିବିଆଇ କହିଛି ଯେ, ପ୍ରଶ୍ନପତ୍ର ଲିକ୍‌ କରିବାରେ ମନୀଷାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଏବଂ ସେ ଏଥିପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିଲେ।

ଏହି ମାମଲାରେ ବର୍ତ୍ତମାନ ୬ଟି ରାଜ୍ୟରେ ସିବିଆଇର ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published. Required fields are marked *